ରକ୍ତହୀନତା ଦୂରକରେ ସଜନା ଶାଗ

ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ ମିଳିଥାଏ। ଆୟୁର୍ବେଦ ଚିକିତ୍ସକଙ୍କ ମତରେ ସଜନା ଶାଗ ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ଏହା ନିୟମିତ ଖାଇବା ଭଲ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।
-ବାଡିରେ ଥିବା ସଜନା ଗଛର ଛୁଇଁକୁ ଆମେ ତରକାରି କରି ଖାଇଥାଉ। ହେଲେ ନିୟମିତ ଏହାର ପତ୍ରକୁ ଖାଦ୍ୟରୂପେ ବ୍ୟବହାର କଲେ ଶରୀରରୁ ରକ୍ତହୀନତା ଦୂର ହୋଇଥାଏ।
-ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ।
– ପିଲା ହୁଅନ୍ତୁ ଅବା ବୟସ୍କ ସଜନା ପତ୍ର ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।
-ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ।