ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ଏହାକୁ ଶକ୍ତିର ଗନ୍ତାଘର ମଧ୍ୟ କୁହାଯାଏ। ସଜନାରେ ପ୍ରାୟ ୪୬ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆମିନୋ ଏସିଡ ରହିଥାଏ। ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହାର ଔଷଧୀୟ ଗୁଣଗୁଡିକ ମଧ୍ୟରେ ରକ୍ତହୀନତା, ଚର୍ମରୋଗ, କୃମି ସଂକ୍ରମଣ, ରକ୍ତ ଅପରିଷ୍କାର, ଆଜମା, ଖାଦ୍ୟ ହଜମ ସମସ୍ୟା, ପରିସ୍ରାଜନିତ ସମସ୍ୟା, ଅମ୍ଳଦୋଷ ନିରାକରଣରେ ଏହା ବହୁଳ ମାତ୍ରାରେ ସହାୟକ ହୋଇଥାଏ। ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ। ସଜନା ପତ୍ର ଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ।