ରକ୍ତ ଭଣ୍ଡାରର ଅଭାବ ଦୂର କରିବାରେ ସାହାଯ୍ୟ କଲା ୨୭ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୧।୫: ଲକ୍‌ ଡାଉନ୍‌ ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି କ୍ରମରେ ବରଗଡ଼ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ୨୭ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି । ଶିବିରରେ ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବରିଷ୍ଠ ନେତା ଭରତ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିବା ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଭଣ୍ଡାରର ଆବଶ୍ୟକତା ପୂରଣ କରିବାରେ ଏହା ସହାୟକ ହୋଇଛି।

Share