ଶିଡ଼ି ଚଢ଼ିବାକୁ ଅନେକ କୁଣ୍ଠାବୋଧ କରିଥାଆନ୍ତି। ଆଜିକାଲିର ହାଇଟେକ୍ ଯୁଗରେ ଉପର ମହଲାକୁ ଯିବା ଆସିବା ପାଇଁ ଏବେ ତ ଲିଫ୍ଟର ବ୍ୟବସ୍ଥା ରହିଛି, ଯାହାକୁ ଅନେକେ ଆପଣେଇଥାଆନ୍ତି। କିନ୍ତୁ ଶିଡ଼ି ଚଢ଼ିବା ଦ୍ୱାରା ଆମର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଖାସ୍ କଥା ହେଲା ପ୍ରତିଦିନ ଶିଡ଼ି ଚଢ଼ିଲେ ଆମ ଶରୀରକୁ ପ୍ରଚୁର ପରିମାଣରେ ଅମ୍ଳଜାନ ମିଳେ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ ନିୟମିତ ଶିଡ଼ି ଚଢ଼ିଲେ ତାହା ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ। ଶିଡ଼ି ଚଢ଼ିବା ଫଳରେ ଆମ ଶରୀର ମାଂସପେଶୀ ଉପରେ ସୁପ୍ରଭାବ ପଡେ। କାରଣ ଏହାଦ୍ୱାରା ମାଂସପେଶୀଗୁଡିକ ଆହୁରି ସଚଳ ହୋଇଥାଆନ୍ତି। ଓଜନ କମେଇବାର ଏହା ଏକ ସହଜ ଉପାୟ। ଅଜୀର୍ଣ୍ଣ ସମସ୍ୟାକୁ ଦୂର କରିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ। କିନ୍ତୁ ଗୋଟିଏ କଥା-ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି ତେବେ ଅଧିକାଂଶ ସମୟ ଶିଡ଼ିରେ ଯିବା ଆସିବା କରନ୍ତୁ ନାହିଁ।