ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ ହାଇଟେକ୍‌ ସୋଫା ପ୍ରସ୍ତୁତ କରିଛି। ଏହାକୁ ‘ବ୍ଲଡ୍‌ ସର୍କୁଲେଟୋରି ମେଶିନ’ (ବିସିଏମ୍‌) ନାମରେ ନାମିତ କରାଯାଇଛି। ଉକ୍ତ ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଏହି ସୋଫାକୁ ଅତିକମ୍‌ରେ ୧୫ ମିନିଟ୍‌ ବ୍ୟବହାର କରନ୍ତି ତେବେ ତାଙ୍କର ରକ୍ତ ସଞ୍ଚାଳନ ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିଥାଏ। ଏହାର ଆଉ ଏକ ଉପକାରୀ ଗୁଣ ରହିଛି। ଡାଇବେଟିସ୍‌ ରୋଗୀ ମଧ୍ୟ ଏହାକୁ ବ୍ୟବହାର କରିପାରିବେ, ଯାହାଦ୍ୱାରା ସେମାନଙ୍କର ରକ୍ତରେ ସୁଗାର (ଶର୍କରା) ପରିମାଣ ସନ୍ତୁଳିତ ରହିପାରିବ। ଏହାକୁ ବ୍ୟବହାର କରିବା ପୂର୍ବରୁ ଏଥିପାଇଁ ଉଦ୍ଦିଷ୍ଟ ନିୟମାବଳୀକୁ ଭଲ ଭାବରେ ପଢ଼ି ବୁଝିନେବା ଆବଶ୍ୟକ।