ରକ୍ଷଣାବେକ୍ଷଣ ଅଭାବରୁ ରାଜସ୍ବ ବଙ୍ଗଳା ପାଲଟିଛି ଭୂତକୋଠି: ମରାମତି, ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଦାବି

ଖଣ୍ଡପଡ଼ା,୩୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରଠାରୁ ଅନତି ଦୂରରେ ରାଜସ୍ବ ବିଭାଗର ଡାକ ବଙ୍ଗଳା ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଦୀର୍ଘ ୭୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଖଣ୍ଡପଡ଼ା-ନୟାଗଡ଼ ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ପାର୍ଶ୍ୱରେ ଅବସ୍ଥିତ ଏହି ବଙ୍ଗଳାଟି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାରୁ ପର୍ଯ୍ୟଟକ ଓ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭାପୁର ତହସିଲ ଅଧୀନ ବାଘୁଆପଲ୍ଲୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉକ୍ତ ବଙ୍ଗଳାରେ ଦୀର୍ଘବର୍ଷଧରି କାର୍ଯ୍ୟ କରୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନୂତନ ଗୃହକୁ ସ୍ଥାନାନ୍ତରିତ ହେବା ପରେ ବଙ୍ଗଳାଟିରେ ତାଲା ଝୁଲାଇ ଦିଆଗଲା ା ଏବେ ଅନାବନା ଗଛଲତାରେ ପୂର୍ଣ୍ଣ କୋଠାଟି ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଉଲ୍ଲେଖଯୋଗ୍ୟ, ଅତୀତରେ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀ ଓ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲ ପରିବେଶ ମଧ୍ୟରେ ଥିବା ବଙ୍ଗଳାରେ ରାତ୍ରଯାପନ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାଟି ଧୀରେ ଧୀରେ ଭାଙ୍ଗିରୁଜି ଯିବାବେଳେ ଏହାର ମରାମତି କରାଯାଇ ନ ଥିଲା। ବଙ୍ଗଳା ସମ୍ମୁଖସ୍ଥ ନଳକୂପଟି ଗଛଲତା ମଧ୍ୟରେ ଏବେ ଅଚଳ ଅବସ୍ଥାରେ ପଡ଼ିରହିଛି। ଉକ୍ତ ରାସ୍ତାଦେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ପଦସ୍ଥ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ବଙ୍ଗଳାଟି ପ୍ରତି କାହାର ଦୃଷ୍ଟି ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଲୋକେ କହୁଛନ୍ତି। ପ୍ରଶାସନିକ ଉଦାସୀନତା ଓ ଅବହେଳା ଯୋଗୁ ସୁନ୍ଦର ବଙ୍ଗଳାଟି ଏବେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି। ତେଣୁ ରାଜସ୍ବ ବିଭାଗ ପକ୍ଷରୁ ଏହାକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

ଭବାନୀପାଟଣା/କେସିଙ୍ଗା,୨୮।୧୨(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ପାଷ୍ଟିକୁଡି-ନାସିଗାଁ ମଝିରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ଚାଉଳ ବୋଝେଇ ଟ୍ରକ ଓ...

ଡକାୟତି ମାମଲାରେ ଦୁଇ ଜଣଙ୍କୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା

ବାଲିଗୁଡ଼ା,୨୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ):୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଘରୁ...

ଚିରସ୍ମରଣୀୟ ରହିବେ ମନମୋହନ: ଅମର ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ୍‌ ଶୋଭଯାତ୍ରା

ପୁରୁଷୋତ୍ତମପୁର,୨୮।୧୨(ସିମାଞ୍ଚଳ ମିଶ୍ର):ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ବିୟୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ଏକ ଶୋକସଭା ନଗର କଂଗ୍ରେସ ସଭାପତି...

ମା’ ଆଗରେ ପୁଅ ଜୀବନ ଚାଲିଗଲା

ଗୋପାଳପୁର,୨୮/୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଗୋବିନ୍ଦନଗରର ଏକ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ବାଇକ୍‌କୁ ପିକ୍‌ଅପ ଭ୍ୟାନ ଧକ୍କା ଦେବାରୁ ମା’ଙ୍କ...

ଘୁମୁରା ପାଇଁ ପ୍ରସ୍ତୁତି: ଉତ୍ସବକୁ ସରସ ସୁନ୍ଦର କରିବା ଲକ୍ଷ୍ୟ

ଥୁଆମୂଳ ରାମପୁର,୨୭ା୧୨ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ସମିତି ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ...

ବର୍ଷା ପ୍ରଭାବରେ ଧାନଫସଲ ନଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡି,୨୭ା୧୨(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ...

ବ୍ରାହ୍ମଣୀଗାଁରେ ନେଟୱର୍କ ଅଚଳ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡ଼ି /ବ୍ରାହ୍ମଣୀଗାଁ,୨୮/୧୨(ଅରୁଣ ସାହୁ /ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବ୍ରାହ୍ମଣୀଗାଁରେ ନେଟୱାର୍କ ଅଚଳ ପାଇଁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି...

ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ

ଚାନ୍ଦବାଲି,୨୮।୧୨(କିଷାନ ପାତ୍ର):ଚାଷଜମିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଜଳି ଯାଇଛନ୍ତି। ଏଥିସହ ଚାଷୀଙ୍କ ୨ ଏକର ଜମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri