ରଖେ ହରି ମାରେ କିଏ: ପ୍ଲାଟଫର୍ମ -ଟ୍ରେନ ମଝିରେ ଫସି ରହିଲେ ଯୁବତୀ

ବାରିପଦା ଅଫିସ,୧୯ା୧୧- କଥାରେ ଅଛି ରଖେ ହରି ମାରେ କିଏ। ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ରେଳଷ୍ଟେଶନରେ ସୋମବାର ଘଟିଥିବା ଏକ ଘଟଣା ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରିଛି। ପ୍ଲାଟଫର୍ମ ଓ ରେଳ ମଝିରେ ଜଣେ ଯୁବତୀ ଦୀର୍ଘ ସମୟ ଫସି ରହିଥିଲେ ମଧ୍ୟ ତାଙ୍କର ବିଶେଷ କିଛି କ୍ଷତି ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରେଳ ଷ୍ଟେଶନ କର୍ତ୍ତୃୃପକ୍ଷ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ତୁରନ୍ତ ପିଆରଏମ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲେ। ଉଦ୍ଧାର ଯୁବତୀ ଜଣକ ବେତନଟୀ ଅଞ୍ଚଳର ଅନିତା ସାହୁ ବୋଲି ଜଣାପଡ଼ିଛି। ସେ ସାଙ୍ଗମାନଙ୍କ ସହ ବାରିପଦା ମେଳା ଦେଖିବାକୁ ଆସିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବାଙ୍ଗିରିପୋଷି-ବାରିପଦା-ବାଲେଶ୍ୱର ଡିଏମୟୁ (ନଂ.୭୮୦୧୪) ଟ୍ରେନ ବାଙ୍ଗିରିପୋଷିରୁ ଆସି ଭଞ୍ଜପୁର ଷ୍ଟେଶନରେ ପହଞ୍ଚତ୍ଥିଲା। ଅପରାହ୍ନ ପ୍ରାୟ ୧ଟା ୫୨ ମିନିଟରେ ଭଞ୍ଜପୁରଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନ ଛାଡ଼ିିଥିଲା। ଟ୍ରେନର ବେଗ କମ୍‌ ଥିବାବେଳେ ଅନିତା ଦୌଡି ଦୌଡି ଆସି ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ଗୋଡ଼ ଖସିଯିବାରୁ ପ୍ଲାଟ ଫର୍ମ ଓ ରେଳ ମଝିରେ ଖସିି ପଡ଼ିଥିଲେ। ତେବେ ଟ୍ରେନ ଚାଲୁଥିବାରୁ ତାଙ୍କୁ କେହିବି ଉଦ୍ଧାର କରିବାକୁ ସାହସ କରିପାରି ନ ଥିଲେ। ସମସ୍ତେ ଅସହାୟ ଭାବେ ଟ୍ରେନ ଯିବାକୁ ଅପେକ୍ଷା କରି ରହିଥିଲେ। ଟ୍ରେନ ଯିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତାଙ୍କର ହାତ, ଗୋଡ଼ ଓ ଅଣ୍ଟା ଆଦିରେ ଆଘାତ ଲାଗିଥିବାବେଳେ ସେ ସୁସ୍ଥ ଥିବା ଜଣାପଡିଛି। ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ଷ୍ଟେଶନ ମ୍ୟାନେଜର ତପନ କୁମାର ଦାସ ତୁରନ୍ତ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ଷ୍ଟେଶନ ମ୍ୟାନେଜର ଦାସ କହିଛନ୍ତି।

Share