‘ରଙ୍ଗବତୀ’ରେ ‘ଡାଲ୍‌ଖାଇ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶୁକ୍ରବାର ଭଞ୍ଜକଳାମଣ୍ଡପରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ଓ ସଙ୍ଗୀତ ଉତ୍ସବ ‘ରଙ୍ଗବତୀ’ ଉଦ୍‌ଘାଟିତ ହୋଇଯାଇଛି। ୨ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ବଲାଙ୍ଗୀରର ଦୁଃଖୀଶ୍ୟାମ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାପରେ ସମ୍ବଲପୁରର ଅଭୟ ଆର୍ଟ ଏକାଡେମୀ ଦ୍ୱାରା ମଞ୍ଚସ୍ଥ ସମ୍ବଲପୁରୀ ନୃତ୍ୟ ‘ଡାଲ୍‌ଖାଇ’ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ସାଜିଥିଲା। ଶେଷରେ ଭବାନୀପାଟଣାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପଶ୍ଚିମ ଓଡ଼ିଶାର ପାରମ୍ପରିକ ‘ବଜାସାଲ’ ବାଦ୍ୟ ପରିବେଷିତ ହୋଇଥିଲା। ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ବିଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।

Share