Categories: ଗଞ୍ଜାମ

ରଙ୍ଗିପୁର ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ଭିଡ଼

ଗୋପାଳପୁର,୨୧।୫-ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁର ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୧୬ ତାରିଖରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଯାତ୍ରା ଷଷ୍ଠ ଦିବସରେ ପହଞ୍ଚତ୍ଛି। ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ବେଳେ ପ୍ରତ୍ୟହ ଆଖପାଖ ବହୁ ଭକ୍ତଙ୍କ ସମାଗମ ହେଉଛି। ଏହି ଯାତ୍ରା ପ୍ରତି ୨ବର୍ଷରେ ଥରେ ହେଉଥିବା ବେଳେ ଚଳିତମାସ ୨୭ ତାରିଖରେ ଉଦ୍‌ଯାପିତ ହେବ। ପ୍ରତିଦିନ ରାତିରେ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରୁଥିବା ବେଳେ ଭକ୍ତମାନେ ନିଜନିଜ ଘର ସମ୍ମୁଖରେ ପୂଜାଥାଳି, କୁମ୍ଭ ରଖି ପୂଜାର୍ଚ୍ଚନା କରୁଛନ୍ତି। ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସୋମବାର ୧୧,୧୦୮ ଦୀପଯଜ୍ଞ ଅନୁଷ୍ଠିତ ହୋଇଥିଲା। ବହୁ ଭକ୍ତ ସାମିଲ ହୋଇ ଦୀପଦାନ କରିଥିଲେ। ଆସନ୍ତା ୨୩ରୁ ୨୫ ପର୍ଯ୍ୟନ୍ତ ଦୁର୍ଗାଶିଷ୍‌ ଗଣନାଟ୍ୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଯାତ୍ରା କମିଟି ସଭାପତି ଅଜିତ କୁମାର ଦାସ ସୂଚନା ଦେଇଛନ୍ତି।