ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍‌ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥିମଧ୍ୟରୁ ଦ୍ୱେତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ସ୍ପାଇକ୍‌ ବ୍ୟାରିଅର ଲଗାଯିବ। ପରେ ଅନ୍ୟ ସମସ୍ତ ସ୍ଥାନରେ ଏହା ଲଗାଯିବ। ପୂର୍ବରୁ ପୁଣେ, ହାଇଦ୍ରାବା ଓ ନୋଏଡ଼ାରେ ସ୍ପାଇକ୍‌ ବ୍ୟାରିଅର ଲାଗିଥିବାର ନଜିର ରହିଛି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Share