ରଙ୍ଗ ଖେଳି ବୁଗାଳି ଡ୍ୟାମରେ ଗାଧୋଉଥିବା ବେଳେ ଯୁବକ ମୃତ

ସଜନାଗଡ, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ ଶିଆଡିମାଳ ପଞ୍ଚାୟତ ସୀତାପତିପୁର ଗ୍ରାମର ବୁଗାଳି ଡ୍ୟାମରେ ମଙ୍ଗଳବାର ମଧ୍ୟାହ୍ନରେ ନିଶିକାନ୍ତ ସାଏବାବୁ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ନୀଳଗିରି ଓ ବାଲେଶ୍ୱରରୁ ଅଗ୍ନିଶମ ବିଭାଗ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ଉପଜିଲାପାଳ ହରିଶଚନ୍ଦ୍ର ଜେନା, ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ପହଞ୍ଚିଥିଲେ। ନିଖୋଜ ହେବାର ୫ ଘଣ୍ଟା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।