ରଜନୀକାନ୍ତଙ୍କୁ ଟିପ୍ସ ଦେଲେ ଅମିତାଭ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତଙ୍କୁ ବଲିଉଡ୍‌ ମହାନାୟକ ୩ଟି ଟିପ୍ସ ଦେଇଛନ୍ତି। ସୋମବାର ମୁମ୍ବାଇରେ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ର ହିନ୍ଦୀ ଟ୍ରେଲର ରିଲିଜ୍‌ ହେବା ସମୟରେ ଅମିତାଭ ଟିପ୍ସ ଦେଇଥିବା ଜଣାପଡିଛି। ଏହି ସମୟରେ ରଜନୀକାନ୍ତ ବଲିଉଡ୍‌ ମହାନାୟକ ଅମିତାଭଙ୍କର ଖୁବ୍‌ ପ୍ରଶଂସା କରିବା ସହ ସେ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଆଉ ଏହାପରେ ଅମିତାଭ ତାଙ୍କୁ କହିଥିଲେ ୬୦ ବର୍ଷ ପାର କରିବା ପରେ ଆମକୁ ଅଧିକ ସତର୍କ ରହିବା ଜରୁରୀ। ଏବେ ତୁମକୁ ନିୟମିତ ଭାବେ ୩ଟି କାମ କରିବା କଥା ତାହା ହେଲା, ନିୟମିତ ବ୍ୟାୟାମ କରିବା, ସକାଳୁ ଉଠି ବ୍ୟସ୍ତ ରହିବା, ଘରୁ ବାହାରକୁ ଯିବା ଓ ରାଜନୀତିରେ ନ ରହିବା। ଏହାପରେ ରଜନୀକାନ୍ତ କହିଥିଲେ ପ୍ରଥମ ୨ଟି ଟିପ୍ସକୁ ସେ ପାଳନ କରୁଛନ୍ତି ହେଲେ ଶେଷଟିକୁ ସେ ପରିସ୍ଥିତିରେ ପଡି କରିପାରୁ ନାହାନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ରଜନୀକାନ୍ତ ରାଜନୀତିରେ ପାଦ ରଖିଛନ୍ତି। ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ତାମିଲନାଡୁର ସମସ୍ତ ଆସନରେ ତାଙ୍କ ଦଳ ଲଢିବ ବୋଲି ମଧ୍ୟ ସେ କହିଥିଲେ।

Share