Categories: ଜାତୀୟ

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ଚେନ୍ନାଇ,୨୦ା୪ : ଅଭିନେତାରୁ ରାଜନେତା ସାଜିଥିବା ରଜନୀକାନ୍ତ ଗୁରୁବାର ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜକୁ ଭୋଟ ଦେବାକୁ ଯାଇଥିଲେ। ନିୟମ ଅନୁସାରେ ଭୋଟ ଦେବା ପୂର୍ବରୁ ତାଙ୍କର ବାମହାତ ତର୍ଜନୀରେ କାଳିଚିହ୍ନ ଲଗାଇବା କଥା। କିନ୍ତୁ ସେଠାରେ ନିୟୋଜିତ ନିର୍ବାଚନ ଅଧିକାରୀ ଜଣକ ରଜନୀକାନ୍ତଙ୍କ ଡାହାଣ ହାତ ତର୍ଜନୀରେ କାଳିଚିହ୍ନ ଲଗାଇଦେଇଥିଲେ। ଏହା ଜଣାପଡ଼ିବା ପରେ ନିର୍ବାଚନ କମିଶନ ତାମିଲନାଡ଼ୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସତ୍ୟବ୍ରତ ସାହୁଙ୍କୁ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ୨୦୨୧ରେ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ତାମିଲ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି।

Share