Categories: ଜାତୀୟ

ରଜନୀକାନ୍ତଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୨୪।୧: ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତଙ୍କ ବିରୋଧରେ ହୋଇଥିବା ମାମଲାକୁ ନେଇ ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଶୁଣାଣି କରି ଉକ୍ତ ମାମଲାକୁ ଖାରଜ କରି ଦେଇଛନ୍ତି। ପେରିୟରଙ୍କୁ ନେଇ ସୁପରଷ୍ଟାର ରଜନୀକାନ୍ତ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରାଯାଇଥିଲା। ହେଲେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପୂର୍ବରୁ ଆବେଦନକାରୀଙ୍କୁ କହିଥିଲେ, ପ୍ରଥମେ ମାଜିଷ୍ଟ୍ରେଟ କୋର୍ଟରେ କାହିଁକି ଆବେଦନ କରାଯାଇନାହିଁ। ସୂଚନାଯୋଗ୍ୟ, ରଜନୀକାନ୍ତ ଇଭି ରମାସାମୀ ପେରିୟରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କ ନାଁରେ ଏଫ୍‌ଆଇଆର୍‌ ଦିଆଯାଇଥିଲେ ମଧ୍ୟ ସେ ଅନୁତାପ କରି ନ ଥିଲେ ଅବା କ୍ଷମା ମାଗିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ଭାବେ କହିଦେଇଥିଲେ।

Share