ଆରମ୍ଭ ହେଲା ରଜ ଉତ୍ସବ

ଆନନ୍ଦପୁର,୧୩ା୬(ସ୍ବ.ପ୍ର): ଘଷିପୁରା ଆଦର୍ଶ ସେବାସଂଘ ଆନୁକୂଲ୍ୟରେ ଆୟୋଜିତ  ରଜ ଉତ୍ସବ ଗ୍ୟାରେଜ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଘଷିପୁରାର ବରିଷ୍ଠ ନାଗରିକ କାମପାଳ ମହାରଣା, ମାଗୁଣି ଚରଣ ବେହେରା, ନନ୍ଦକିଶୋର ସାହୁ, ଖବରଦାତା ଶତ୍ରୁଘ୍ନ ସାହୁ, ମଦନ ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବୀଣାପାଣି କଳାନିକେତନର ନୃତ୍ୟଗୁରୁ ଜିତୁ ଦାଶଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ ଆୟୋଜିତ ତୃତୀୟ ବାର୍ଷିକ ବାଣିଜ୍ୟମେଳା ମଧ୍ୟ ଉଦ୍‌ଘାଟିତ ହୋଇଛି। ମେଳାରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଛି। କାର୍ଯ୍ୟକ୍ରମକୁ ରାଜକିଶୋର ସାହୁ, ଧବଳେଶ୍ୱର ସାହୁ, ପ୍ରଳୟ ସାହୁ, ଲକ୍ଷ୍ମୀଧର ସାହୁ, ସତ୍ୟବ୍ରତ ସାହୁ, ମନୋଜ ସାହୁ, ଶିବାନନ୍ଦ ସାହୁ, ସୌମ୍ୟରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଛନ୍ତି।