ରଜ ପାଇଁ କୋହଳ: ଶୁକ୍ରବାର ରାତି ୧୦ଟାରୁ କର୍ଫ୍ୟୁ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସୁଛି ରଜ। ଏହାକୁ ନେଇ ବିଭିନ୍ନ ବଜାର ଘାଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅପରପକ୍ଷେ ରାତ୍ରକାଳୀନ କର୍ଫ୍ୟୁକୁ ନେଇ ଦିନ ସମୟରେ ଲୋକେ ଭିଡ ଜମାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ସମୟକୁ ସାମାନ୍ୟ କୋହଳ କରାଯାଇଛି। ରଜ ପର୍ବ ପାଇଁ ୧୨ ତାରିଖ ରାତ୍ରକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ ହୋଇଛି। ଏଣୁ ଶୁକ୍ରବାର ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗିବ। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

Share