ରଜ ବୁଲା ସାରି ଚନ୍ଦ୍ରଭାଗାରେ ଗାଧୋଇବା କାଳ ହେଲା: ଭାସି ଯାଇ ଯୁବକ ମୃତ

ଗୋପ,୧୬।୬(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ରବିବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ପୋଲସରା ଗ୍ରାମର ଚନ୍ଦନ ଖଟୋଇ(୨୦)।

ରଜ ପର୍ବର ଶେଷ ଦିନ ହୋଇଥିବା ହେତୁ ସକାଳେ ଚନ୍ଦନ ପାଞ୍ଚ ଜଣ ସାଙ୍ଗଙ୍କ ସହ କୋଣାର୍କକୁ ବୁଲି ଆସିଥିଲେ। ବିଭିନ୍ନ ସ୍ଥାନ ବୁଲି ସାରିବା ପରେ ସାଙ୍ଗଙ୍କ ସହ ଚନ୍ଦନ ସମୁଦ୍ରରେ ଗାଧୋଇବାକୁ ବାହାରିଥିଲେ। ଗାଧୋଉଥିବା ସମୟରେ ସେ ସମୁଦ୍ରରେ ଭାସି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଗୋପ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହକୁ ସେଠାରେ ଥିବା ଡାକ୍ତର ଜବତ କରିବା ପରେ ପୋଲିସକୁ ଖବର ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବଙ୍କ ଗାଡ଼ିକୁ ଆକ୍ରମଣ: ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର,୧୩।୪: ରବିବାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆରୁଆସ୍ଥିତ ଗ୍ରାମରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସ୍ଥାନୀୟ ଖଣି ମାଫିଆମାନେ କରିଥିବା...

ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି: ନଜର ରଖିବ ୪୦ ଡ୍ରୋନ, ୬୦୦ ସିସିଟିଭି

ଭୁବନେଶ୍ୱର,୧୩।୪: ସୋମବାର ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ଏନେଇ ସବୁଠି ଉତ୍ସବ ମୁଖର। ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ...

ଭୁବନେଶ୍ୱରରେ ପିଲା ଚୋରି! ରାମ ମନ୍ଦିର ପାଖରୁ ଦୃଷ୍ଟିବାଧିତ ମା’ଠାରୁ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୩।୪: ରାଜଧାନୀ ଭୁବନେଶ୍ୱରରେ ମା’ କୋଳରୁ ଝାମ୍ପି ନେଲେ ପିଲା। ଏଭଳି ଏକ ହୃଦୟବିଦାରକ ଘଟଣାରେ, ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ନିକଟରେ ଘଟିଛି।...

ରାଜଧାନୀରେ ମା’ କୋଳରୁ ପୁଅକୁ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୩ା୪: ଦୃଷ୍ଟିବାଧିତ ମା’ ଜଣକ ପୋଲିସ ନିକଟରେ କାନ୍ଦି କାନ୍ଦି କହିଛି, ମୁଁ ଦେଖି ପାରୁନି ବୋଲି ମୋ’ ପିଲାକୁ କେହି ଚୋରେଇ ନେଲା, ମୁଁ...

ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ଦାବି ଉଠାଇଲେ ସାଧୁସନ୍ଥ, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩ା୪: ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଏଥିରେ ସାମିଲ ପାଇଁ ସାଧୁସନ୍ଥମାନେ ମଧ୍ୟ ନିବେଦନ କରିଛନ୍ତି। ପୁରୀରେ ସାଧୁ ସମାଜ...

ଚମକାଇବେ ନବୀନ! ଏପ୍ରିଲ ୧୯ରେ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୧୩।୪: କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି...

୪ ଜିଲାରେ ୩ ଘଣ୍ଟା ପାଇଁ ପ୍ରବଳ ଝଡ଼ତୋଫାନ ସହ କୁଆପଥର ବର୍ଷା,ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୩ା୪: ରାଜ୍ୟର ୪ ଜିଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସତର୍କ ରବିବାର କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ...

ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା, ସ୍ବାମୀଙ୍କ ଡ୍ରେସ୍‌ ପିନ୍ଧି ସୋସିଆଲ ମିଡିଆରେ ରଖିଥିଲେ ଡିପି

ଭୁବନେଶ୍ୱର,୧୩ା୪: ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା ଏବେ ଧରାପଡ଼ିଯାଇଛି। ଏସ୍‌ଓଜିରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ସବୁଠୁ ରୋଚକ ଖବର ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image