Advertisement
Categories: ମେଟ୍ରୋ

ରଜ ବୁଲା ସାରି ଚନ୍ଦ୍ରଭାଗାରେ ଗାଧୋଇବା କାଳ ହେଲା: ଭାସି ଯାଇ ଯୁବକ ମୃତ

ଗୋପ,୧୬।୬(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ରବିବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ପୋଲସରା ଗ୍ରାମର ଚନ୍ଦନ ଖଟୋଇ(୨୦)।

ରଜ ପର୍ବର ଶେଷ ଦିନ ହୋଇଥିବା ହେତୁ ସକାଳେ ଚନ୍ଦନ ପାଞ୍ଚ ଜଣ ସାଙ୍ଗଙ୍କ ସହ କୋଣାର୍କକୁ ବୁଲି ଆସିଥିଲେ। ବିଭିନ୍ନ ସ୍ଥାନ ବୁଲି ସାରିବା ପରେ ସାଙ୍ଗଙ୍କ ସହ ଚନ୍ଦନ ସମୁଦ୍ରରେ ଗାଧୋଇବାକୁ ବାହାରିଥିଲେ। ଗାଧୋଉଥିବା ସମୟରେ ସେ ସମୁଦ୍ରରେ ଭାସି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଗୋପ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହକୁ ସେଠାରେ ଥିବା ଡାକ୍ତର ଜବତ କରିବା ପରେ ପୋଲିସକୁ ଖବର ଦେଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share