ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ମନ୍ଦିର ଭକ୍ତମୟ

ଆରଡ଼ି, ୧୫।୬(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ରଜ ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁମାନଙ୍କ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଲାଗି ଭିଡ଼ ଲାଗିଛି। ଭକ୍ତମାନେ ଧାଡ଼ିରେ ଆସି ଶୃଙ୍ଖଳାର ସହ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଜିଲା ତଥା ଜିଲା ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ପୀଠକୁ ଆଗମନ କରୁଛନ୍ତି। ପୀଠରେ ପ୍ରବଳ ଭିଡ଼ ହୋଇଥିଲେ ବି ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବା କୁହାଯାଉଛି।