Categories: ଖେଳ

ରଣଜୀ ଟ୍ରଫି: ଧ୍ରୁବଙ୍କୁ ଦିଲ୍ଲୀର ନେତୃତ୍ୱ

ନୂଆଦିଲ୍ଲୀ, ୫।୧୨(ପି.ଟି.)- ୨୦୧୯-୨୦ ରଣଜୀ ଟ୍ରଫି ସେସନର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦିଲ୍ଲୀ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଧ୍ରୁବ ସୋରେଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି ବାମହାତୀ ବ୍ୟାଟ୍ସମ୍ୟାନ ନୀତୀଶ ରାଣା ତାଙ୍କ ଡେପୁଟି ନିଯୁକ୍ତ ହୋଇଛନ୍ତି। ଅଞ୍ଜୁ ରାଓ୍ବତ୍‌ ଓ୍ବିକେଟକିପର ଭାବେ ଦାୟିତ୍ୱ ତୁଲାଇବେ। ଦ୍ରୁତବୋଲର ନବଦୀପ ସଇନି ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ବୋଲି ଦିଲ୍ଲୀ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ) ତରଫରୁ କୁହାଯାଇଛି। ଡିସେମ୍ବର ୯ରୁ ୧୨ ତାରିଖ ମଧ୍ୟରେ କେରଳ ବିପକ୍ଷରେ ଥୁମ୍ବାଠାରେ ଦିଲ୍ଲୀ ରଣଜୀ ଅଭିଯାନ ଆରମ୍ଭ କରିବ।
ଦିଲ୍ଲୀ ଦଳ: ଧ୍ରୁବ ଶୋରେ (ଅଧିନାୟକ), ନୀତୀଶ ରାଣା (ଉପ- ଅଧିନାୟକ), କୁନାଲ ଚାଣ୍ଡେଲ, ଅଞ୍ଜୁ ରାଓ୍ବତ, ଜଣ୍ଟି ସିଦ୍ଧୁ, ଲଲିତ ଯାଦବ, ଶିବମ୍‌ ଶର୍ମା, ଭିୟୁକାସ ମିଶ୍ର, ତେଜସ ବାରୋକା, ପ୍ରଦୀପ ସାଙ୍ଗଓ୍ବାନ, ନବଦୀପ ସଇନି, ପବନ ସୁୟାଲ, କୁନଓ୍ବାର ବିଧୁରୀ, ହିତେନ ଦଲାଲ ଓ ଶିବାଙ୍କ ବଶିଷ୍ଟ।

Share