Categories: ଖେଳ

ଜାତୀୟ ଜୁନିୟର କବାଡ଼ି ଓଡ଼ିଶାରୁ ୩ ଅଫିସିଆଲ

ଭୁବନେଶ୍ୱର, ୭।୨(କ୍ରୀଡ଼ା ପ୍ରତିନିଧି)- ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ର ୪୬ତମ ସଂସ୍କରଣ ହରିୟାଣାର ରୋହତକଠାରେ ଚଳିତମାସ ୧୩ ତାରିଖରୁ ଆରମ୍ଭ ହେବ। ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଆମେଚର କବାଡ଼ି ଫେଡେରେଶନ ଅଫ ଇଣ୍ଡିଆ (ଏକେଏଫଆଇ) ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଟେକ୍ନିକାଲ ଅଫିସିଆଲ ଦାୟିତ୍ୱ ତୁଲାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୪୪୨ ଜଣ ଆବେଦନ କରିଥିଲେ। ଯୋଗ୍ୟତା, ଅଭିଜ୍ଞତା, ବୟସ ଓ ଅନ୍ୟ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇ ମୋଟ ୩୦(ମହିଳା, ପୁରୁଷ)ଙ୍କୁ ମନୋନୀତ କରାଯାଇଥିଲା। ଏହି ଗୁରୁଦାୟିତ୍ୱ ତୁଲାଇବା ପାଇଁ ଓଡ଼ିଶାରୁ ୩ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଅରବିନ୍ଦ କୁମାର ପାତ୍ରୋ, ପ୍ରକାଶ ଚନ୍ଦ୍ର ନାୟକ ଓ ରାଜେଶ ସେଠ୍‌। ଟେକ୍ନିକାଲ ଅଫିସିଆଲମାନଙ୍କୁ ଏକକେଏଫଆଇର ସମସ୍ତ ନିୟମ ମାନି କାର୍ଯ୍ୟ କରିବାକୁ ସଚେତନ କରାଯାଇଛି।

Share