Categories: ଖେଳ

ରଣଜୀ ମୁକାବିଲା: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

କଟକ ଅଫିସ,୪ା୧- ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା-ତ୍ରିପୁରା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଦିନ ତମାମ୍‌ ବର୍ଷା ଲାଗି ରହିବା ଫଳରେ ଟସ୍‌ ମଧ୍ୟ ପଡ଼ି ପାରି ନଥିଲା। ଶନିବାର ମ୍ୟାଚ୍‌ର ଦ୍ୱିତୀୟ ଦିବସ। ବର୍ଷା ବନ୍ଦ ହେଲେ ମ୍ୟାଚ୍‌ ଆରମ୍ଭ ହେବା ଆଶା କରାଯାଉଛି। ସୂଚନା ଥାଉକି, ଘରୋଇ ତ୍ରିପୁରା ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ଜିତି ଓଡ଼ିଶା ଦଳ ଏହି ସିଜନରେ ବିଜୟ ଅଭିଯାନ ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି। ଏବେ ସୁଦ୍ଧା ୩ଟି ଯାକ ମ୍ୟାଚ ବିଜୟୀ ହୋଇ ଓଡ଼ିଶା ଏଲିଟ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ବିପକ୍ଷ ତ୍ରିପୁରା ଚଳିତ ସିଜନରେ ଏବେ ସୁଦ୍ଧା ଗୋଟିଏ ବି ମ୍ୟାଚ୍‌ ଜିତି ନପାରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି।

Share