Categories: ଖେଳ

ରଣଜୀ ମ୍ୟାଚ୍‌ ଦେଖିଲେ ଓ୍ବ’

କୋଲକାତା,୨୭।୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନଠାରେ ସୋମବାରଠାରୁ ବେଙ୍ଗଲ ଓ ଦିଲ୍ଲୀ ମଧ୍ୟରେ ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ମ୍ୟାଚ୍‌ବେଳେ ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ଓ୍ବ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଐତିହାସିକ ଗ୍ରାଉଣ୍ଡରେ ସେ ଫଟୋ ମଧ୍ୟ ଉଠାଇଥିଲେ। ନିଜର ବୁକ ପାଇଁ ସେ ଦୁଇ ଦିନିଆ ଗସ୍ତରେ ଏଠାକୁ ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଗ୍ରଣୀ ହେବା ପରେ ଭି.ଭି.ଏସ୍‌. ଲକ୍ଷ୍ମଣ ଓ ରାହୁଲ ଡ୍ରାଭିଡ୍‌ଙ୍କ ଐତିହାସିକ ଭାଗୀଦାରି କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏହି ମ୍ୟାଚ୍‌ରେ ହରଭଜନ ସିଂ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟ ହ୍ୟାଟ୍ରିକ ନେଇଥିଲେ।

Share