ରଣବୀରଙ୍କୁ କପି କଲେ ହ୍ରିତିକ୍‌: ଦୁବାଇରେ ଗାମୁଛା ପିନ୍ଧି ବୁଲିଲେ

ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପୋଷାକ ପାଇଁ ତାଙ୍କୁ ଅନେକ ସମୟରେ ଟ୍ରୋଲ ମଧ୍ୟ ହେବାକୁ ପଡ଼ିଛି। ଏବେ ରଣବୀରଙ୍କୁ ହ୍ରିତିକ୍‌ ରୋଶନ କପି କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ହ୍ରତିକ୍‌ ଦୁବାଇରେ ଅଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ହ୍ରତିକ୍‌ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ଲାଲ ରଙ୍ଗର ଏକ ସର୍ଟ ପିନ୍ଧିଥିବା ବେଳେ ଗାମୁଛାକୁ ଲୁଙ୍ଗି ପରି ପିନ୍ଧିଛନ୍ତି। ତାଙ୍କର ଗୋଟିଏ ଗୋଡ଼ରେ ପଟି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଫଟୋଟି ଶେୟାର କରିବା ସହ ସେ ଲେଖିଛନ୍ତି, ଫ୍ୟାଶନ ବିଷୟରେ ମୁଁ ରଣବୀର ସିଂହଙ୍କଠାରୁ ପ୍ରେରଣା ପାଇଛି। ହ୍ରିତିକ୍‌ଙ୍କ ଏହି ଫଟୋରେ ରଣବୀର ମଧ୍ୟ କମେଣ୍ଟ କରିଛନ୍ତି।

Share