Categories: ଖେଳ

ରଣବୀରଙ୍କୁ ବାଃ ବାଃ କଲେ କପିଳ ଦେବ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ କ୍ରିକେଟର କପିଳ ଦେବ। କାରଣ ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। ଫିଲ୍ମର ଏକ ଫଟୋ ରଣବୀର ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋ ରଣବୀର କପିଳଙ୍କ ନଟରାଜ ଶର୍ଟ ମାରୁଥିବାର ଦେଖିବାକୁ ମିଳିଛି। ଫିଟୋ ଦେଖିବା ପରେ ରଣବୀରଙ୍କୁ ହ୍ୟାଟ୍ସ ଅପ୍‌ କହିଛନ୍ତି କପିଳ। ଫିଲ୍ମରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି। ହରିୟାଣାର ହରିକେନ କୁହାଯାଉଥିବା କପିଳ ଦେବ ଭଳି ସଟ୍‌ ଲଗାଇବା ପାଇଁ ରଣବୀରଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହୋଇଛି। ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା। ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ। ରଣବୀରଙ୍କ ବ୍ୟତୀତ ଫିଲ୍ମରେ କପିଳଙ୍କ ପତ୍ନୀ ରୋମି ଦେବୀଙ୍କ ଭୂମିକାରେ ରଣବୀରଙ୍କ ରିଅଲ ଲାଇଫ ପାର୍ଟନର ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଆସନ୍ତାବର୍ଷ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ।

Share