ରଣବୀରଙ୍କୁ ବିଗାଡ଼ିଦେଲେ ଦୀପିକା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତରେ ୨୧ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଭଳି ବଲିଉଡ୍‌ ତାରକାମାନେ ମଧ୍ୟ ସରକାରଙ୍କ ନିୟମକୁ ମାନି ଘରେ ରହୁଛନ୍ତି। ହେଲେ ଏହାରି ଭିତରେ ଦୀପିକା ପାଦୁକୋନଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ରଣବୀର ସିଂ। ଲକ୍‌ଡାଉନ୍‌ ବେଳେ ମୋ ସ୍ତ୍ରୀ ଦୀପିକା ମୋତେ ବିଗାଡ଼ି ଦେଉଛନ୍ତି ବୋଲି ସେ କହିଛନ୍ତି। ନିକଟରେ ଏକ ଲାଇଭ୍‌ ଚାଟ୍‌ କରୁଥିବା ସମୟରେ ରଣବୀର ଏପରି କହିଛନ୍ତି। ଏହି ଭିଡିଓଟି ଏବେ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ରଣବୀର କହୁଛନ୍ତି ଯେ, ଦୀପିକା ମୋତେ ବହୁତ ଜଙ୍କ୍‌ ଫୁଡ୍‌ ଖାଇବାକୁ ଦେଉଛନ୍ତି। କେକ୍‌, ଆଇସ୍‌କ୍ରିମ ଏବଂ ବହୁତ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହି ଭିଡିଓଟି ରଣବୀର ସିଂଙ୍କ ଫ୍ୟାନ କ୍ଲବ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି।

Share