ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ ସହ ସେ ନଜର ଆସିବେ। ୟଶରାଜ ଫିଲ୍ମ ବ୍ୟାନର୍‌ରେ ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ ଯାଉଛି। ଏହାର ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଅପରପକ୍ଷେ ଏହା ବଲିଉଡରେ ଶାଳିନୀଙ୍କ ଡେବ୍ୟୁ ଫିଲ୍ମ।

ଶାଳିନୀ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡି’ରେ କାମ କରିଛନ୍ତି। ଏଥିରେ ତାଙ୍କ ଚରିତ୍ରର ନାମ ‘ପ୍ରୀତି’ ରହିଥିଲା। ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ଥିଲା। ଫିଲ୍ମକୁ ଦର୍ଶକେ ବେଶ୍‌ ପସନ୍ଦ କରିବା ଯୋଗୁ ଏହା ହିଟ୍‌ ହୋଇଥିଲା। ନିକଟରେ ଏହି ଫିଲ୍ମର ହିନ୍ଦୀ ରିମେକ୍‌ ‘କବୀର ସିଂ’ ମଧ୍ୟ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଛି।

ତେବେ ପୂର୍ବରୁ ରଣବୀରଙ୍କ ଲୁକ୍‌କୁ ନେଇ ପୋଷ୍ଟର ରିଲିଜ ହୋଇସାରିଛି। ଏଥିରେ ସେ ଜଣେ ଗୁଜରାଟୀ ଯୁବକ ଭୂମିକାରେ କାମ କରିବେ। ଫିଲ୍ମକୁ ଦିବ୍ୟାଙ୍ଗ ଠକ୍କର ନିର୍ଦ୍ଦେଶନା ଦେବେ।

Share