ରଣବୀରଙ୍କ ନିଶ

ରଣବୀର ସିଂଙ୍କ ନିଶକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ତାଙ୍କର ଗେଟ୍‌ଅପ ଏବଂ ନିଶ ଫଟୋକୁ ସୋସିଆଲ ମିଡିଆରେ ସେ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। କଥା କ’ଣ କି, ରଣବୀର ଏବେ କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ କପିଲ ଭୂମିକାରେ ଅଭିନୟ କରୁଛନ୍ତି। ଏ ବିଷୟରେ ରଣବୀର କହନ୍ତି, ‘କପିଲ ଦେବଙ୍କ ପରି ମହାନ୍‌ କ୍ରିକେଟ ଖେଳାଳିଙ୍କ ବାୟୋପିକ୍‌ରେ ଅଭିନୟ କରିବା ଭାଗ୍ୟରେ ଥିଲେ ମିଳେ। ସିନେମା କଥା ଛାଡ଼ନ୍ତୁ, ତାଙ୍କ ସହ ବିତାଇଥିବା ସମୟକୁ ମୁଁ ସାରାଜୀବନ କେବେ ବି ଭୁଲିପାରିବି ନାହିଁ। ସତ କଥା କହିବାକୁ ଗଲେ, କପିଲଙ୍କ ନିଶ ମୋତେ ଭାରି ଭଲ ଲାଗେ। ଯେତେବେଳେ ମୁଁ ମେକ୍‌ଅପ ନେଇସାରି ମିରର ସାମ୍‌ନାରେ ଠିଆହେଲି ନିଜକୁ ବିଶ୍ୱାସ କରିପାରି ନ ଥିଲି। ଏହି ଭୂମିକା ପାଇଁ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଛି। ଆଶା ରଖିଛି, ଦର୍ଶକେ ମୋ ପରିଶ୍ରମର ମୂଲ୍ୟ ବୁଝିବେ।’ ଏହି ଫିଲ୍ମରେ କପିଲଙ୍କ ପତ୍ନୀ ରୋମି ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଦୀପିକା। ତେବେ ‘୮୩’ରେ ରଣବୀର-ଦୀପିକା ଯୋଡ଼ି କି କମାଲ କରୁଛି ତାହା ଦେଖିବାକୁ ବାକି ରହିଲା।

Share