ରଣବୀରଙ୍କ ପାଇଁ ଏକ ସୁନ୍ଦର ଫଟୋ ପୋଷ୍ଟ କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଏବେ ‘୮୩’ର ଶୁଟିଂ ସାରି ମୁମ୍ବାଇ ଫେରିଛନ୍ତି। ହେଲେ ରଣବୀର ଏବେବି ବିଦେଶରେ ଅଛନ୍ତି। ଉଭୟ ବଲିଉଡ୍‌ର ଲଭେବଲ୍‌ କପୁଲ ଭାବେ ବେଶ୍‌ ଜଣାଶୁଣା। ଏମାନଙ୍କ ପ୍ରେମ କାହାଣୀ ଅନ୍ୟମାନଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ବିଶେଷ କରି ଏମାନଙ୍କର ବିଭିନ୍ନ ସମୟରେ ଲଭ୍‌ ଏକ୍ସପ୍ରେସ୍‌ କରିବାର ଢଙ୍ଗ ଥାଏ ସବୁଠରୁ ନିଆରା। ଏଥର ମଧ୍ୟ ସ୍ବାମୀଙ୍କୁ ବିଦେଶରେ ଛାଡି ଆସିଥିବା ଦୀପିକା ସାମନ୍ୟ ରୋମାଣ୍ଟିକ୍‌ ଢଙ୍ଗରେ ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଉଭୟ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ଫଟୋଶୁଟ୍‌ର ମଜା ଉଠାଉଥିବା ଲକ୍ଷ୍ୟ କରାଯାଇଛି। ଲଣ୍ଡନରେ ‘୮୩’ର ଶୁଟିଂରେ ବିଜିଥିବା ଥିବା ପତି ରଣବୀରଙ୍କ ପାଇଁ ସେ ଏହି ଫଟୋଟିକୁ ପୋଷ୍ଟ କରିଥିବା କୁହାଯାଏ।

Share