ରଣବୀରଙ୍କ ଫଟୋ ଶେୟାର କରି ଅମିତାଭ କହିଲେ ଏମିତି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରର ଫଟୋ ହେଉ କିମ୍ବା ବଲିଉଡ୍‌ ଇଣ୍ଡଷ୍ଟ୍ରି କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଆଦୌ ଭୁଲନ୍ତି ନାହିଁ। ଫ୍ୟାନ୍‌ମାନେ ମଧ୍ୟ ବିଗ୍‌ ବିଙ୍କ ଫଟୋକୁ ବେଶ୍‌ ଲାଇକ୍‌ କମେଣ୍ଟ କରିଥାନ୍ତି। ଗୁରୁବାର ବିଗ୍‌ ବି ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ସହ ଅଛନ୍ତି ରଣବୀର କପୁର। ଥ୍ରୋ ବ୍ୟାକ୍‌ ଥର୍ସଡେ ପାଇଁ ବିଗ୍‌ ବି ରଣବୀରଙ୍କ ସହ ଏକ ନୂଆ ଏବଂ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଅମିତାଭ ଏବଂ ରଣବୀର ମିଶି ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି।


ସେହି ସମୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ପୁରୁଣା ଫଟୋଟି ୧୯୯୦ରେ ଫିଲ୍ମ ‘ଅଜୁବା’ର ହୋଇଥିବା ବେଳେ ନୂତନଟି ‘ବ୍ରହ୍ମାସ୍ତ୍ର’ର। ‘ଅଜୁବା’ଫଟୋ ଶେୟାର କରି ଅମିତାଭ ଲେଖିଛନ୍ତି, ‘T 3453 – THEN and NOW …ରଣବୀରଙ୍କ ବଡ଼ ବଡ଼ ଆଖି ‘ଅଜୁବା’ ଶୁଟିଂ ସେଟ୍‌ରେ। ଶଶୀଜୀ ଏବଂ ମୋ’ ସହ। ଆଉ ଏବେ ରଣବୀର ‘ବ୍ରହ୍ମାସ୍ତ୍ର’ ସେଟ୍‌ରେ। ପାଓ୍ବାରଫୁଲ୍‌। ୧୯୯୦-୨୦୨୦। ସମୟ ଚାଲିଛି। ସିଧା ଚାଲିଛି। ଅମିତାଭଙ୍କ ଏହି ଫଟୋରେ ୟୁଜରମାନେ ଭଲ ଭଲ କମେଣ୍ଟ ଦେଇଛନ୍ତି।
‘ବ୍ରହ୍ମାସ୍ତ୍ର’ରେ ଅମିତାଭ, ରଣବୀରଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ ମୌନୀ ରାୟ ନଜର ଆସିବେ। ମୌନୀ ଏଥିରେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୪ରେ ରିଲିଜ ହେବ।

Share