ରଣବୀରଙ୍କ ମା’ଙ୍କ ଭୂମିକାରେ ନଜର ଆସିପାରନ୍ତି ରତ୍ନା

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କ ଷ୍ଟାର କାଷ୍ଟରେ ନିର୍ମାଣ ହେବାକୁ ଯାଉଛି ବଲିଉଡ୍‌ ମୁଭି ‘ଜୟେଶଭାଇ ଜୋରଦାର’। ଏଥିରେ ତାଙ୍କ ମାତାପିତାଙ୍କ ଭୂମିକାରେ ନଜର ଆସିବାକୁ ଥିବା କଳାକାଳରଙ୍କ ନାଁ ଏକ ପ୍ରକାର ଚୁଡାନ୍ତ ହୋଇଯାଇଛି ବୋଲି କୁହାଯାଉଛି। ଏହି ଫିଲ୍ମରେ ରଣବୀରଙ୍କ ପିତା ଭୂମିକାରେ ବୋମନ ଇରାନିଙ୍କ ନାଁ ଫାଇନାଲ ହୋଇଥିବା ବେଳେ ଏବେ ତାଙ୍କ ମା’ଙ୍କ ଭୂମିକାରେ ରତ୍ନା ପାଠକ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରୁଥିବା ଦିବ୍ୟାଙ୍ଗ ଠାକୁର ରତ୍ନା ପାଠକଙ୍କୁ ତାଙ୍କ ଫିଲ୍ମରେ ନେବାକୁ ବେଶ୍‌ ଉତ୍ସାହିତ ଥିଲେ। ଥିଏଟର କରିବା ସମୟରୁ ସେ ରତ୍ନାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରନ୍ତି ବୋଲି ନିଜେ ରତ୍ନା ଏହା କହିଛନ୍ତି। ପ୍ରଥମେ ରତ୍ନା ଫିଲ୍ମର ସ୍କ୍ରିପ୍ଟ ଦେଖିବା ପରେ ଏଥିରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ବୋଲି କହିଛନ୍ତି। କେବଳ ରତ୍ନା ନୁହେଁ ରଣବୀର ମଧ୍ୟ ଏକାଥରେ ସ୍କ୍ରିପ୍ଟ ପଢି ହଁ କହିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

Share