ରଣବୀରଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି। ନିକଟରେ ଉଭୟଙ୍କ ବିବାହକୁ ନେଇ ଏକ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ ଉକ୍ତ କାର୍ଡରେ ଥିବା ସ୍ପେଲିଙ୍ଗ ମିଷ୍ଟେକ କହିଥିଲା ଯେ ଏହା ହେଉଛି ଏକ ଫେକ୍‌ କାର୍ଡ। ଏହି ବିବାହକୁ ନେଇ ଏବେ ଆଲିଆ ମୁହଁ ଖୋଲିଥିବା ଜଣାପଡିଛି। ନିକଟରେ ସେ ରଣବୀରଙ୍କୁ ଦେଖା କରିବାକୁ ବିଦେଶ ଯାଇଥିବା ବେଳେ ଫେରିବା ସମୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଉ ଦେଉ ବିବାହ କଥା ମଧ୍ୟ କହିଥିଲେ। ଆଲିଆ କହିଥିଲେ ନିକଟରେ ଏକ କାର୍ଡ ଭାଇରାଲ ହୋଇଥିଲା ବୋଲି ଆପଣମାନେ କହୁଛନ୍ତି। ଏହା ଯେମିତି ଏକ ଉଡା ଖବର ଥିଲା ଠିକ୍‌ ଆମ ବିବାହ ଖବର ମଧ୍ୟ ଉଡା ବୋଲି ସେ କହିଛନ୍ତି। ଯଦିଓ ଏମାନେ ବିବାହ କରିବେ ବୋଲି ଅନୁମାନ କରାଯାଉଛି ତଥାପି ନିକଟରେ ଆଲିଆଙ୍କ ମା’ ମଧ୍ୟ ଏହାକୁ ସ୍ବୀକାର କରି ନ ଥିଲେ। ତେଣୁ ଯେ ପର୍ଯ୍ୟନ୍ତ ଏମାନେ ବିବାହକୁ ନେଇ ସ୍ପଷ୍ଟ ଖବର ଦେଇ ନାହାଁନ୍ତି ସେପର୍ଯ୍ୟନ୍ତ ଏମାନଙ୍କ ରିଲେସନଶିପ ଚର୍ଚ୍ଚାରେ ରହିବ।

Share