ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ ଡିପ୍ରେସନ୍‌ରୁ ଓହରିବା ପାଇଁ ଏପରି କରୁଥିଲେ କଟ୍ରିନା

ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ସବୁଥର ଭଳି ଏଥର ମଧ୍ୟ ଦର୍ଶକ ସଲମାନ୍‌ ଖାନ୍‌ ଏବଂ କଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ପସନ୍ଦ କରିଛନ୍ତି। ବର୍ତ୍ତମାନ କ୍ୟାଟ୍‌ ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ଦୁଃଖରୁ ସମ୍ପୂର୍ଣ୍ଣ ରୂପେ ବାହାରି ଯାଇ ନୂଆ ଜୀବନ ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ବଲିଉଡ୍‌ର ଅନେକ କଳାକାର ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିବା ବେଳେ ରଣବୀରଙ୍କ ସହ ସମ୍ପର୍କ ତୁଟିବା ପରେ କ୍ୟାଟ୍‌ ମଧ୍ୟ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ଏଥିରୁ ଓହରିବା ପାଇଁ ସେ ବହିକୁ ନିଜର ସାଥୀ କରିଥିଲେ। ଭଲ ଭଲ ବହି ପଢ଼ି ସେ ଏଥିରୁ ବାହାରିବାକୁ ଚେଷ୍ଟା କରୁଥିଲେ ବୋଲି ନିକଟରେ ଏକ ସାକ୍ଷାତକାରରେ ଜଣେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କ୍ୟାଟ୍‌ କହିଛନ୍ତି।

Share