Advertisement

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ ରଣବୀରଙ୍କ ଜୀବନରେ ଆଲିଆ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫଙ୍କ ସହ ମଧ୍ୟ ଡେଟ୍‌ କରୁଥିଲେ ରଣବୀର। ‘ଭାରତ’ ଫିଲ୍ମର ପ୍ରମୋଶନରେ କ୍ୟାଟ୍ରିନା ଏହି କଥାର ଖୁଲାସା କରିଛନ୍ତି।

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କ୍ୟାଟ୍ରିନା କ’ଣ କରୁଥିଲେ ସେ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ବ୍ରେକ୍‌ଅପ୍‌ ପରେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ବହୁ ପରିବର୍ତ୍ତନ ହୋଇଛି। ସମ୍ପର୍କ ତୁଟିବା ପରେ ସେ ବହୁତ ଶିକ୍ଷା ପାଇଛନ୍ତି। ଲୋକଙ୍କୁ ଚିହ୍ନିଛନ୍ତି। ଆଶ୍ଚର୍ଯ୍ୟ ହେଉଛି ଲୋକମାନେ କ’ଣ କରିପାରନ୍ତି। ଜୀବନ କ’ଣ ବୁଝିଛି।

ଦିନେ ଯୋଗ ଶିକ୍ଷକ ମୋତେ ପଚାରିଲେ କ’ଣ ସବୁ ଠିକ୍‌ ଅଛି ତ? ଏହି ସମୟରେ ମୁଁ ମୋ ଆଖିର ଲୁହକୁ ଅଟକାଇ ପାରି ନ ଥିଲି। କାନ୍ଦିବାକୁ ଲାଗିଥିଲି। କିଛି ଉଦାସ ବି ହୋଇଛି କିନ୍ତୁ ବର୍ତ୍ତମାନ ସବୁ ଠିକ୍‌ ଅଛି ବୋଲି କ୍ୟାଟ୍ରିନା କହିଛନ୍ତି। କହିରଖୁଛୁ କ୍ୟାଟ୍ରିନା-ରଣବୀରଙ୍କ ସହ କିଛିଦିନ ଲିଭ୍‌ ଇନ୍‌ରେ ରହିଥିଲେ। ପରେ ଦୁଇଜଣ ଅଲଗା ହୋଇଯାଇଥିଲେ।

Share