ରଣବୀର କପୁରଙ୍କ ବିବାହକୁ ନେଇ ସ୍ପଷ୍ଟ କଲେ ଦୀପିକା: ରିଆକ୍ସନ ଦେଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ନିକଟରେ ଏକ୍‌ ଚାଟ୍‌ ଶୋ’ରେ ରଣବୀର କପୁରଙ୍କ ବିବାହକୁ ନେଇ କିଛିଟା କଥା ସ୍ପଷ୍ଟ କରିଛନ୍ତି। ହେଲେ ଏହା ଆଦୌ ଆଲିଆ ଭଟ୍ଟଙ୍କୁ ପସନ୍ଦ ଆସିନାହିଁ। ତେବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଅନେକ ଥର ସ୍ପଟ କରାଯାଇଥିଲେ ମଧ୍ୟ ଉଭୟଙ୍କ ବିବାହକୁ ନେଇ କିଛି ସ୍ପଷ୍ଟ କରି ନାହାଁନ୍ତି। କିନ୍ତୁ ଏବେ ଦୀପିକା ଯୋଗ ଦେଇଥିବା ଚାଟ୍‌ ଶୋ’ରେ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିଲେ। ଉକ୍ତ ଶୋ’ରେ ସାଉଥ୍‌ ସୁପରଷ୍ଟାର ବିଜୟ ଦଓ୍ବେରକୋଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ଦଓ୍ବେରକୋଣ୍ଡା କହିଥିଲେ ଦୀପିକା ଓ ଆଲିଆଙ୍କୁ କିଛି ଲୋକ ପସନ୍ଦ କରୁଥିବେ ନିଶ୍ଚୟ। ହେଲେ ଦୀପିକାତ ବିବାହ କରି ସାରିଲେଣି। ଏତିକି ବେଳେ ଦୀପିକା କହିଥିଲେ ଖୁବ୍‌ଶୀଘ୍ର ଆଲିଆ ବି ବିବାହ କରିବାକୁ ଯାଉଛନ୍ତି। ଆଉ ଏହା ଯେମିତି ଆଲିଆ-ରଣବୀରଙ୍କ ବିବାହକୁ ସୂଚାଉଥିବା ନଜର ଆସିଥିଲା। ଏହା ଶୁଣିବା ପରେ କିନ୍ତୁ ଆଲିଆ କହିଥିଲେ ତୁମେ ଏମିତି କାହିଁକି କହିଲ। ପାଟିରୁ କଥା ବାହାରି ଯାଇଥିବାରୁ ପରେ ଦୀପିକା ଏହାକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରିଥିବା ଦେଖାଯାଇଥିଲା। ତେବେ ଆଲିଆ-ରଣବୀର କିଛିଦିନ ହେବ ଏକାଠି ମିଳାମିଶା କରୁଥିବାରୁ ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ବି ଜାରି ରହିଛି। ହେଲେ ଏହାକୁ ନେଇ ନା ଆଲିଆ ନା ରଣବୀର କେହିବି କିଛି କହି ନାହାଁନ୍ତି।

Share