ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣବୀର କିଣିଥିବା ଗାଡ଼ିର ଦାମ ୩ କୋଟିି। ଫଟୋରେ ରଣବୀର ଚାଳକ ସିଟ୍‌ରେ ବସି ମଜା ଉଠାଉଥିବା ଥିବା ଦେଖାଯାଉଛି।

ରଣବୀରଙ୍କ କାମକୁ ଯଦି ଦେଖାଯାଏ ତେବେ ସେ ଏବେ କପିଲ ଦେବଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ୮୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହ ସ୍ତ୍ରୀ ଦୀପିକା ମଧ୍ୟ କାମ କରୁଛନ୍ତି। ବିବାହ ପରେ ଏହା ଉଭୟଙ୍କ ପ୍ରଥମ ଫିଲ୍ମ।

Share