ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ

ବଲିଉଡ୍‌ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍‌ କାର୍ପେଟ୍‌ ତାଙ୍କୁ ସବୁବେଳେ ରଙ୍ଗବେରଙ୍ଗର ଡ୍ରେସ୍‌ ପରିଧାନ କରିଥିବାର ଦେଖାଯାଏ। ନିକଟରେ ରଣବୀର୍‌ ନିଜ ଆଗାମୀ ଫିଲ୍ମ ‘୮୩’ର ରେକର୍ଡିଂ ଶେଷ କରି ଷ୍ଟୁଡିଓ ବାହାରକୁ ଆସୁଥିବାବେଳେ ତାଙ୍କୁ ଏକ କୁନି ଝିଅ ଦେଖି କାନ୍ଦିବାକୁ ଆରମ୍ଭ କରିଥିଲା। ଝିଅଟିର ପିତା ରଣବୀରଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିବାବେଳେ ଝିଅଟି ଖୁବ୍‌ ଜୋରରେ କାନ୍ଦିଥିଲା। ଏହା ଦେଖି ରଣବୀର ତାଙ୍କ ନିକଟକୁ ଆସିବାରୁ ସେ ତାଙ୍କୁ ଭୟରେ ଚାହିଁ ନ ଥିଲେ। ରଣବୀର ଏବେ ଫିଲ୍ମ ‘୮୩’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମହାନ କ୍ରିକେଟର କପିଳ ଦେବଙ୍କ ଉପରେ ଆଧାରିତ ହୋଇଛି। ଫିଲ୍ମରେ ରଣବୀରଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା ପାଦ୍ୟୁକୋନ।

Share