ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା

ବଲିଉଡ୍‌ର ମୋଷ୍ଟ ପପୁଲାର କପଲ୍‌ ହେଉଛନ୍ତି ଦୀପିକା ପାଦ୍ୟୁକୋନ୍‌ ଓ ରଣବୀର ସିଂ। ଦୁହେଁ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ। ନିକଟରେ ଏକ ଇଭେଣ୍ଟ୍‌ରେ ଯୋଗ ଦେବା ଅବସରରେ ଦୀପିକା ବିବାହିତ ବୋଲି କହିବାକୁ ଭୁଲି ଯାଇଥିଲେ। ମୁଁ ଜଣେ ଅଭିନେତ୍ରୀ, ଭଲ ଭଉଣୀ ଏବଂ ଭଲ ଝିଅ ବୋଲି ଦୀପିକା କହିଥିଲେ। ଇଭେଣ୍ଟର ହୋଷ୍ଟ୍‌ ଦୀପିକାଙ୍କୁ ଆପଣ ଜଣେ ସ୍ତ୍ରୀ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ, ଦୀପିକା ହସିକି କହିଥିଲେ, ଏ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି। ତେବେ ଦୀପିକା କହିଥିବା ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ବିବାହ ପରେ ଦୀପିକା-ରଣବୀର ଫିଲ୍ମ ‘୮୩’ରେ ନଜର ଆସିବେ। ମହାନ କ୍ରିକେଟର କପିଳ ଦେବଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ରଣବୀର କପିଣ ଦେବଙ୍କ ଭୂମିକାରେ ନଜର ଆସିବେ। ତାଙ୍କ ସ୍ତ୍ରୀଙ୍କ ଭୂମିକାରେ ଦୀପିକା ଅଭିନୟ କରୁଛନ୍ତି। ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବ।

Share