Categories: ଖେଳ

ରଣ୍‌ଜୀ ଟ୍ରଫିରେ ଖେଳିଲେ ନାହିଁ ବୁମ୍‌ରା

ମୁମ୍ବାଇ,୨୫।୧୨: କେରଳ-ଗୁଜରାଟ ରଣଜୀ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସର ଯଶପ୍ରୀତ ବୁମରା ଅଂଶଗ୍ରହଣ କରି ନାହାନ୍ତି। ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରଣ୍‌ଜୀ ସିଜନର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ନିଜ ଫିଟ୍‌ନେସର ପ୍ରମାଣ ଦେବେ ବୋଲି ସୂଚନା ଦିଆଯାଇଥିଲା। ଗତ ୩ ମାସ ହେଲା ପଡ଼ିଆଠୁ ଦୂରେଇ ରହିଥିବାରୁ ତାଙ୍କ ଏଲିଟ୍‌ ଗ୍ରୁପ ଏ’ ମ୍ୟାଚ୍‌ ଖେଳିବାକୁ କୁହାଯାଇଥିଲା। ଏଥିରେ ବୁମରା ରାଜି ଥିଲେ। ମାତ୍ର ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ସହ ଆଲୋଚନା କରିଥିଲେ। ୨୦୨୦ରେ ଟି୨୦ ବିଶ୍ୱକପ୍‌ ହେବାକୁ ଥିବାରୁ ଗାଙ୍ଗୁଲି ତାଙ୍କୁ ଧଳା ବଲ କ୍ରିକେଟରେ ଧ୍ୟାନ ନିବେଶ କରିବାକୁ କହିଛନ୍ତି। ଏହା ସ୍ପଷ୍ଟ କରିଛନ୍ତି ଗୁଜରାଟ ଅଧିନାୟକ ପାର୍ଥିବ ପଟେଲ। ବୁମରା ଏବେ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଖେଳିବେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ବହୁ ସମୟ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃୟାରୀ ୨୧ ତାରିଖରେ ଅନୁଷ୍ଠିିତ ହେବ। ସେପର୍ଯ୍ୟନ୍ତ କିଛି ରେଡ୍‌ ବଲ କ୍ରିକେଟ ଖେଳିବେ ନାହିଁ।

 

Share