Categories: ଜାତୀୟ

ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ ବାଘ ନିଖୋଜ

ଜୟପୁର,୨୨ା୨(ପି.ଟି.): ରାଜସ୍ଥାନର ରଣ୍‌ଠମ୍ବର ଜାତୀୟ ଉଦ୍ୟାନରୁ ୨୬ଟି ବାଘ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଭାଜପା ଏମ୍‌ପି ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ସଦସ୍ୟ ଦିୟା କୁମାରୀ ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ କହିଛନ୍ତି। ଏହି ଜାତୀୟ ଉଦ୍ୟାନ ବିରଳ ଜୀବଜନ୍ତୁ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ବାଘ ସଂଖ୍ୟା ହ୍ରାସ ପାଇବା କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ସ୍ପଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି। ବାଘ ଶିକାରୀମାନଙ୍କୁ ଧରାଯାଇ କଠୋର ଦଣ୍ଡବିଧାନ କରିବାକୁ ସେ ଦାବି କରିଛନ୍ତି।

Share