ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’

ଭୁବନେଶ୍ୱର, ୨୩।୪(ଅସମାପିକା ସାହୁ):ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ବଳିଷ୍ଠ ଅବଦାନ ଲାଗି ଶିଳ୍ପପତି, ସାମାଜିକ କର୍ମୀ ତଥା ଟାଟାଗ୍ରୁପ୍‌ ଚେୟାରମ୍ୟାନ ଏମେରିଟସ୍‌ ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। ସୋମବାର ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ ଓ ତିନିଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌ଙ୍କ ଉପସ୍ଥିତିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ରତନ ଟାଟା ବାହାରକୁ ଯାଉ ନ ଥିବାରୁ ତାଙ୍କ ବାସଭବନରେ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ ଅବସରରେ ରତନ ଟାଟା କିସ୍‌ ଓ ଏହାର ପ୍ରତିଷ୍ଠାତା ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଥିଲେ।
ସାଧାରଣତଃ ରତନ ଟାଟା କୌଣସି ପୁରସ୍କାର ଗ୍ରହଣ କରି ନ ଥାନ୍ତି। ମାତ୍ର କିସ୍‌ ହ୍ୟୁମାନିଟାରିଆନ ସମ୍ମାନର ଗୁରୁତ୍ୱ ଉପଲବ୍ଧି କରି ସେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ୨୦୨୧ରେ ଟାଟାଙ୍କୁ ଏହି ସମ୍ମାନ ଗ୍ରହଣ କରିବା ପାଇଁ ସାମନ୍ତ ଅନୁରୋଧ କରିଥିଲେ। କୋଭିଡ୍‌ ମହାମାରୀ ଯୋଗୁ ସେତେବେଳେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା। ଏବେ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେକରୁଛି ବୋଲି ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ କହିଲେ, ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ୱ ମୋତେ ପିଲାଦିନୁ ପ୍ରଭାବିତ କରିଥିଲା। ସମୟ ଥିଲା ଦିନେ ମୋ ବାପା ଟାଟା କମ୍ପାନୀରେ ଏକ ଛୋଟ କର୍ମଚାରୀ ଥିଲେ। ମୋତେ ଯେତେବେଳେ ମାତ୍ର ୪ବର୍ଷ ବୟସ ହୋଇଥିଲା, ସେତେବେଳେ ମୋ ବାପା ଏକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେବେଠାରୁ ମୁଁ ରତନ ଟାଟାଙ୍କୁ ସମ୍ମାନ ଦେବା ସହ ଭଲ ପାଇ ଆସୁଛି ବୋଲି ସାମନ୍ତ କହିଛନ୍ତି। ଏହି ଅବସରରେ କିସ୍‌ର ୪୦ ହଜାର ଛାତ୍ରୀଛାତ୍ର ରତନ ଟାଟାଙ୍କ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri