ରତନ ଟାଟା ମୁମ୍ବାଇ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ

ମୁମ୍ବାଇ,୨୬।୨: ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରତନଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ସେହିପରି ବୈଜ୍ଞାନିକ ଅନୀଲ କାକୋଡ଼କରଙ୍କୁ ପରିଷଦର ସଦସ୍ୟ ଭାବେ ମନୋନୀତ କରାଯାଇଛି। ପରିଷଦର ଗଠନ ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୬ ଅନ୍ତର୍ଗତ କରାଯାଇଛି। ପରିଷଦର ଉପାଧ୍ୟକ୍ଷ ଭାବେ ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ ସୁଜାତା ସୈନିକଙ୍କୁ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ପରାମର୍ଶଦାତା ପରିଷଦରେ ୭ ଜଣ ସଦସ୍ୟ ରହିଛନ୍ତି।

Share