ରତନ ଲାଲ୍‌ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ

ଓ୍ବାଶିଂଟନ୍‌,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା କରାଯାଇଛି। ମୃତ୍ତିକା ସଂରକ୍ଷଣ ପାଇଁ ଗତ ପାଞ୍ଚ ଦଶନ୍ଧି ଧରି ସେ କରିଥିବା ଉଦ୍ୟମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଲାଲଙ୍କୁ ୨୫୦,୦୦୦ ଆମେରିକୀୟ ଡଲାର ରାଶି ମିଳିବ। ସାରା ବିଶ୍ୱର କୃଷକମାନଙ୍କ ପାଇଁ କାମ କରିବାର ବିଶେଷ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ। ବିଶ୍ୱ ଖାଦ୍ୟ ପୁରସ୍କାର ପାଇବା ଜାଣି ଆନନ୍ଦିତ ଏବଂ ଉତ୍ସାହିତ ଅଛି ବୋଲି ରତନ ଲାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆମେରିକୀୟ ସଂସ୍ଥା ଓ୍ବାଲର୍‌ଡ ଫୁଡ୍‌ ପ୍ରାଇଜ୍‌ ଫାଉଣ୍ଡେସନ ୧୯୮୭ରୁ ଏହି ପୁରସ୍କାର ପ୍ରଦାନ କରିଆସୁଛି। ରତନ ଲାଲି ଓହିଓ ଷ୍ଟେଟ ୟୁନିଭରସିଟି (ଓଏସୟୁ)ର କାର୍ବନ ମ୍ୟାନେଜମେଣ୍ଟ ଏବଂ ସିକ୍ୱେଷ୍ଟ୍ରେଶନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଛନ୍ତି।

Share