ରତ୍ନଭଣ୍ଡାର ଖୋଲିବା ଦାବିରେ ଗଣଧାରଣା

ଛତିଆ,୨୬ା୮(ଡି.ଏନ୍‌.ଏ.): ରତ୍ନଭଣ୍ଡାର ସୁରକ୍ଷା ସମିତି ତରଫରୁ ରବିବାର ସକାଳେ ଛତିଆ ପାନ୍ଥଶାଳା ସମ୍ମୁଖରେ ରତ୍ନଭଣ୍ଡାରର ସୁରକ୍ଷା ଓ ତାଲା ଭାଙ୍ଗିବା ଦାବିରେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। ଏଥିରେ ଶତାଧିକ ଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ପୁରୀ ବଡଦେଉଳର ରତ୍ନଭଣ୍ଡାରର ଚାବି ହଜିବାକୁ ନେଇ ତଦନ୍ତ କମିଶନ ଗଠନ କରାଯାଇଛି। ଏଥି ନିମନ୍ତେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରି ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ମିଳି ପାରି ନାହଁି କି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇନାହଁି। ସରକାର କମିଶନ୍‌ଙ୍କ ତଦନ୍ତ ନାମରେ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସୁଫଳ ମିଳିପାରୁ ନାହଁି ବୋଲି ସମିତିର ଆବାହକ ଶିବାସିଷ ମହାପାତ୍ର କହିଛନ୍ତି। ସମିତିର ସଭାପତି ବୃନ୍ଦାବନ ଦାସ ଆଜାଦ୍‌, ରାଧା ମହାପାତ୍ର, ବିଜୟିନୀ ପଣ୍ଡା, ଶ୍ରଦ୍ଧା ମହାପାତ୍ର, ନିବେଦିତା ମହାନ୍ତି, ଦେବଶ୍ରୀ ମିଶ୍ର, ଇତିଶ୍ରୀ ମହାନ୍ତି, ଶ୍ରଦ୍ଧଞ୍ଜଳି ମହାପାତ୍ର, ସତ୍ୟପ୍ରିୟ କୁଅଁର, ରତିକାନ୍ତ ନାୟକ, ପ୍ରଦୀପ କୁମାର ଦାସ, ବିଶ୍ୱଶ୍ରୀ ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ, ବିକାଶ କୁମାର ପ୍ରଧାନ, ଦୁଷ୍ମନ୍ତ ସାହୁ, ମାନସ କୁମାର ସାମଲ, ଅଶୋକ ବେହେରା, ରମେଶ ଚନ୍ଦ୍ର ପୃଷ୍ଟି, ଦେବଦତ୍ତ ମିଶ୍ର, ତପସ୍ବିନୀ ବିନ୍ଧାଣୀ, ସାଇ ଆଶୁତୋଷ ଓଝା, ମମତା ବେହେରା, ଚିନ୍ମୟୀ ସାହୁଙ୍କ ସମେତ ଶତାଧିକ ଜଗନ୍ନାଥପ୍ରେମୀ ଉକ୍ତ ଗଣ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ ।