ରତ୍ନଭଣ୍ଡାର ଗହଣା ଅଡିଟ୍‌ ପ୍ରସଙ୍ଗ: ପ୍ରତାପ କହିଲେ ‘ଚୁପ୍‌ ବସି ନାହାନ୍ତି ରାଜ୍ୟ ସରକାର, ଚିଠି ମିଳିଲେ ତର୍ଜମା କରାଯିବ’

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ନେଇ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ରାଜ୍ୟ ସରକାର ଚୁପ୍‌ ବସି ନାହାନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚିଠି ମିଳିନାହିଁ। ମିଳିଲେ ତର୍ଜମା କରାଯିବ। ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ନେଇ ତଦନ୍ତ କମିଶନ ଗଠନ କରିଛନ୍ତି ବୋଲି ପ୍ରତାପ କହିଛନ୍ତି।

ପ୍ରକାଶଯୋଗ୍ୟ, ପ୍ରଦୀପ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ଅଡିଟ୍‌ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ୧୯୭୮ରେ ପ୍ରସ୍ତୁତ ତାଲିକା ଅନୁସାରେ ଅଳଙ୍କାର ମେଳ କରାଯିବାକୁ ସେ ଉଲ୍ଲେଖ କରିଛନ୍ତି।

Share