ରଥକାଠ ଚିରଟ ଅନୁକୂଳ ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ

ପୁରୀ ଅଫିସ,୨ା୪ : ଆସନ୍ତା ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ ଚିରଟ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି କଟକ ଗସ୍ତ କରିଛନ୍ତି। ଖପୁରିଆ କରତକଳରେ ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଆରମ୍ଭ ହେବ। ଶ୍ରୀମନ୍ଦିରର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ସାଥୀରେ ମହାପ୍ରଭୁଙ୍କ ଲାଗି ମାଳ, ମହାର୍ଦ୍ଧ, ଧୂପ, ଦୀପ, ପତନି, ନଡ଼ିଆ ଆଦି ନେଇ ଯାଇଛନ୍ତି। ସେଠାରେ ପୂଜାର୍ଚ୍ଚନା ପରେ ୧୨ ଫୁଟିଆ ୩ ଖଣ୍ଡ ଧଉଡ଼ା କାଠ ଚିରଟ ଅନୁକୂଳ ହେବ। ଏହି ପ୍ରତିନିଧି ଦଳରେ ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଜେଟିପି ରାମଚନ୍ଦ୍ର ମହାରଣା କଟକ ଗସ୍ତ କରିଛନ୍ତି।

Share