ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭
ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି। ମଙ୍ଗଳବାର ଆଉ ଦୁଇଟି ଦୁଆର ବେଢା ଉଠିବା ପରେ ଧ୍ୱଜବତା ଉଠିବ। ଏହାପରେ କଳସ ଉଠିବ। ଅନ୍ୟପଟେ କଳସ ନିର୍ମାଣ ଓ ରଙ୍ଗ କାର୍ଯ୍ୟ ଜାରି ରହିଛି। ରଥରେ ପଟା ବାଡ଼ିିଆ କରାଯାଉଛି। ଚିତ୍ରକର ସେବକମାନେ ପାର୍ଶ୍ୱଦେବଦେବୀ, ଠେକରାବଡ଼ା ଆଦି ରଙ୍ଗ କରୁଛନ୍ତି। ତାଳଧ୍ୱଜ ରଥର ମୁଖ୍ୟ ରୂପକାର ଗଣେଶ ମହାପାତ୍ର କହିଛନ୍ତି, ନାଟଗୋଡ଼ ଓ ସିଂହାସନ କାମ ଶେଷ ହୋଇଛି। ଏବେ ସାରଥି ଓ ଘୋଡ଼ା ମରାମତି କାମ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ଏକ ଘୋଡ଼ା ଗୋଡ଼ ଭାଙ୍ଗିଯାଇଛି। ଏହାର ମରାମତି କରାଯିବ। ଦୋଳବେଦୀ କୋଣରେ କମାର ସେବକମାନେ କଣ୍ଟା ତିଆରିରେ ଲାଗିଛନ୍ତି।

Share