ରଥଚକ ତଳେ ପଡି ବାଳକଙ୍କ ମୃତ୍ୟୁ ଘଟଣା: ସରକାରଙ୍କଠାରୁ ୫, ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଅକ୍ଷୟ ପାତ୍ରଙ୍କ ପୁଅ ସୁନୀଲ (୭)ଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ଏ ନେଇ ଶୁକ୍ରବାର ରଥ କମିଟି ଓ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତିପୂରଣ ଦାବିରେ ବାଣପୁରର ବିଭିନ୍ନ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଛି। ଖବରପାଇ ଘଟଣାସ୍ଥଳରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପହଞ୍ଚି ସରକାରଙ୍କ ଠାରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକୋ ଅପରାହ୍ନରେ ହଟିଛି।
ସୂଚନାଯୋଗ୍ୟ, ଚରଣ ଚକାଦେବଙ୍କ ରଥ ଟଣା ହେଉଥିବାବେଳେ ଠେଲାପେଲାରେ ନିକଟରେ ଥିବା ସୁନୀଲ ରଥ ଚକତଳେ ପଡି ଯାଇଥିଲେ । ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣପୁର ଓ ପରେ ବାଲୁଗଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ବାଲୁଗଁାରେ ସୁନୀଲଙ୍କର ମୃତ୍ୟୁ ଘଟିଥିଲା। ପରେ କ୍ଷତିପୂରଣ ଦାବିରେ ମୃତଦେହ ରଖି ବାଣପୁର ଥାନା ଘେରାଉ କରାଯାଇଥିଲା

Share