ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଏହି ସଙ୍ଗଠନର ୨୫୦ଜଣ କର୍ମକର୍ତ୍ତା ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ସଫେଇ, ଶାନ୍ତିଶୃଙ୍ଖଳା ରକ୍ଷା ଆଦି କାର୍ଯ୍ୟ କରିବେ। ସଙ୍ଗଠନର ସଭାପତି ଧୀରେନ୍ଦ୍ର ସାହୁ, ଜ୍ୟୋତିର୍ମୟ ପାଣ୍ତବ, ରାଜେଶ ବାରିକ, ଆଶାଦୀପ ବାରିକ, ତୁଷାର ସ୍ବାଇଁ, ମହେଶ୍ୱର ନାୟକ, ରାଜେଶ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏହି ସେବାକାର୍ଯ୍ୟ କରାଯିବ। ୨୦୧୭ରୁ ରଥଯାତ୍ରାରେ ସେବାକାର୍ଯ୍ୟ କରିଆସୁଥିବା ଏହି ସଙ୍ଗଠନକୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ ସହ ସହଯୋଗ କରାଯାଇଛି।

Share