ରଥଯାତ୍ରା ଆୟୋଜନକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଚିଠି

ପୁରୀ ଅଫିସ,୨୪।୪: କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶା, ଆଶଙ୍କା ଲାଗି ରହିଥିବା ବେଳେ ଶୁକ୍ରବାର ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ରଥଯାତ୍ରା ଆୟୋଜନ କରିବା ଲାଗି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି କଟକଣା ଭିତରେ କିଭଳି ରଥଯାତ୍ରା କରାଯାଇପାରିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। କମ୍‌ ସଂଖ୍ୟକ ସେବାୟତ, ପୋଲିସଙ୍କୁ ନେଇ ରଥଯାତ୍ରା କରାଯାଉ। କୌଣସି ଭକ୍ତ କିମ୍ବା ପର୍ଯ୍ୟଟକଙ୍କୁ ପୁରୀକୁ ପ୍ରବେଶ ନ କରାଇବା ତଥା ହୋଟେଲରେ ନ ରଖିବା ଲାଗି ବ୍ୟବସ୍ଥା କରିବା ଲାଗି ଚିଠିରେ ଉଲ୍ଲେଖ ରହିଛି।

Share